ଭୁବନେଶ୍ୱର,୧୨ /୧: ଆଜି ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛି କରୋନା ଟିକା ‘କୋଭିସିଲ୍ଡ’। ପୁଣେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ୍ ଜେଟ ବିମାନରେ ୪ଲକ୍ଷ ୮୦ହଜାର କରୋନା ଟୀକା ଅଣାଯାଇଛି ।
ସୁରକ୍ଷା ବ୍ୟବସ୍ଥା ଭିତରେ ଟୀକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଟୀକା ବିତରଣ କରାଯିବ। ଆଜି ରାତିରୁ ହିଁ ଟୀକାକରଣ କେନ୍ଦ୍ରଗୁଡ଼ିକୁ ‘କୋଭିସିଲ୍ଡ’ କରୋନା ଟୀକା ପଠାଯିବ। ଏହାପରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ।
ଭାରତ ସରକାର ପକ୍ଷରୁ ଜାନୁୟାରୀ ୧୬ ତାରିଖରୁ ଦେଶରେ ଟୀକାକରଣ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।