ମାଟ୍ରିକ୍ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଉପକୃତ ହେବେ ୬ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର,୧୨ /୧: ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ​‌ଖୋଲାଗଲା । ୧୦୦ଦିନ ପାଠପଢ଼ାରେ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ନିର୍ଦେଶ ଜାରି କରାଯାଇଛି । କରୋନା କଟକଣା ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଟ୍ରିକ୍‌ ପରୀକ୍ଷା ଫି’ ଛାଡ଼ କରିଛନ୍ତି। ମାଟ୍ରିକ୍‌ ପରୀକ୍ଷା ଫି’ ଛାଡ଼ ଦ୍ବାରା ୬ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଫି’ ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ଓଡ଼ିଶା ସରକାର। ମାଟ୍ରିକ୍‌ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ୪୨୦ଟଙ୍କା ଫି’ ଦେବାକୁ ପଡ଼ିଥାଏ ।ମୁଖ୍ୟମନ୍ତ୍ରୀ ମାଟ୍ରିକ୍‌ ଫି ଛାଡ଼ କରିବା ଦ୍ବାରା ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସି ବ୍ୟକ୍ତ କରିଛନ୍ତି। ତେବେ କୋଭିଡ୍‌ ନିୟମ ଯଥା ମାସ୍କ ପିନ୍ଧିବା, ସାନିଟାଇଜ୍‌ ବ୍ୟବହାର ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ଆଦିକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।