ମେଷ: କର୍ମକ୍ଷେତ୍ରରେ ମର୍ଯାଦାଜନକ ସ୍ଥିତିରେ ରହିବେ । ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ କୌଣସି ନୂଆ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ।
ବୃଷ: ମଜା ମଉଜ ମଧ୍ୟରେ ଅଧିକାଂଶ ସମୟ କଟିବ । ଧାର୍ମିକ କାର୍ଯ୍ୟରେ ବିଶ୍ବାସ ବଢ଼ିବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଆପଣଙ୍କୁ ନିଜ କାମରେ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
ମିଥୁନ: ହାତରୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ଘରେ ବାହାରେ ସବୁଠି ଆଦର, ଲୋକପ୍ରିୟତା ପାଇବେ । ଆପଣଙ୍କର ନମ୍ର ସ୍ବଭାବ ଆପଣଙ୍କୁ ସାହାଯ୍ୟ କରିବ। ଆପଣଙ୍କ ଉପରେ ଲୋକମାନଙ୍କ ବିଶ୍ବାସ ବଜାୟ ରହିବ।
କର୍କଟ: କୌଣସି କାମ କରିବା ପାଇଁ ଯୋଜନା କରିବେ। କୌଣସି କ୍ଷେତ୍ରରେ ପ୍ରତିଦାନ ଆଶାକଲେ ନିରାଶ ହେବାକୁ ପଡିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
ସି˚ହ: କୌଣସି ସୂତ୍ରରୁ ଅର୍ଥଲାଭର ସମ୍ଭାବନା ରହିଛି । ଆକର୍ଷକ କଥାବାର୍ତ୍ତା ବଳରେ ଅନ୍ୟମାନଙ୍କର ଧୢାନ ନିଜ ଆଡ଼କୁ ଟାଣିବେ। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ ନିଜକୁ ବହୁମୂଲ୍ୟ ଦେବାକୁ ପଡିପାରେ ।
କନ୍ୟା: ଉପକୃତ ବ୍ୟକ୍ତିଙ୍କ ଠାରୁ ଅଯାଚିତ ପ୍ରତିଦାନ ପାଇ ଖୁସି ହେବେ । କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ। ବ୍ୟବହାର କୁଶଳତା ପାଇଁ ଅଫିସରେ ଆପଣଙ୍କୁ ସମ୍ମାନ ମିଳିବ। ନୂଆ ବାହନ କିଣିବା ଯୋଗ ରହିଛି।
ତୁଳା: ଘରୋଇ କ୍ଷେତ୍ରରେ ପରିବାରବର୍ଗଙ୍କୁ ନୂତନ ଦିଗ୍ଦର୍ଶନ ଦେଇ ପ୍ରଶଂସିତ ହେବେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇପାରନ୍ତି । ବରିଷ୍ଠଙ୍କ ସହଯୋଗ ପାଇ ଅଫିସ କାମ ସ˚ପୂର୍ଣ୍ଣ କରିବେ। ଘର କାମରେ ଦୂର ସ୍ଥାନକୁ ଯିବେ।
ବିଛା: କିଛି ନୂଆଁ କାମ ଆରମ୍ଭ କରିବା ସକାଶେ ମନ ବଳାଇବେ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଚାକିରିରେ କୌଣସି କାମ ନେଇ ଆପଣଙ୍କର ପ୍ରଶ˚ସା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ।
ଧନୁ: ପାରିବାରିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି । ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହେବାର ତାକତ ରହିଛି । ସବୁ କାମ ଆପଣଙ୍କର ମନ ମୁତାବକ ହେବ । ଆର୍ଥିକ ପରିସ୍ଥିତି ଅନୁକୂଳ ରହିବ।
ମକର: ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ । ବିବାହିତ ନିଜର ଜୀବନସାଥୀଙ୍କୁ ଅଧିକ ସମୟ ଦେବେ । ଖୋଳାଳିମାନେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।
କୁମ୍ଭ: କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ । ନିଜ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ଅଫିସରେ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।
ମୀନ: ଆଜି କାର୍ଯ୍ୟବ୍ୟସ୍ତତାରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ । ଖାଦ୍ୟପେୟ ଠିକ ରହିବ ନାହିଁ । ଅନ୍ୟମାନଙ୍କ କଥାରେ ଭରସା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଭଲ ହେବ।