କଟକରୁ ୧୦ ଲକ୍ଷଟଙ୍କାର ବ୍ରାଉନସୁଗାର ଜବତ; ୫ ଗିରଫ

କଟକ : କଟକ ବିଡାନାସୀ ଦେଉଳ ସାହି ଦେବୀ ଘର ନିକଟରୁ ପ୍ରାୟ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଛି କମିସନରେଟ୍‌ ପୁଲିସ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ୫ ଜଣ ବ୍ରାଉନସୁଗାର ମାଫିଆ ହେଲେ ବିଡାନାସୀ ହନୁମାନ ମନ୍ଦିର ଅଞ୍ଚଳର ଦେବାଶିଷ ବିଶ୍ବାଳ ଓରଫ ପୁଅ(୨୪), ରଘୁନାଥ ଜିଉ କଲେଜ ନିକଟରେ ରହୁଥିବା ବିଶ୍ବରଞ୍ଜନ ସ୍ବାଇଁ ଓରଫ ସୁକୁନ(୨୫), ଲାଲବାଗ ଖ୍ରୀଷ୍ଟିଆନ୍‌ ସାହିର ଶ୍ରୀରାଜ ପାତ୍ର ଓରଫ ବାବୁ(୨୭), ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ(୨୯) ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝି(୩୪) ।