ମେଷ: କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେବ । ଆପଣଙ୍କ ଜୀବନରେ ହସଖୁସି ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ: ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଅଫିସର ପରିବେଶ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ପ୍ରେମରେ ସଫଳତା ପାଇବେ।
ମିଥୁନ: ଆପଣଙ୍କ କୃତିତ୍ୱକୁ ବନ୍ଧୁ ଓ ପଡୋଶୀମାନେ ପ୍ରଶଂସା କରିବେ । ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ। ଇ˚ଜିନିୟରଙ୍କର ପଦୋନ୍ନତି ହୋଇପାରେ।
କର୍କଟ: ଆକସ୍ମିକ ଭାବରେ ମିତ୍ରମାନେ ମଧ୍ୟ ଶତ୍ରୁ ଭଳି କାମ କରିବେ । ଅନ୍ୟମାନଙ୍କ ସହିତ ନିଜ କାମର କଥା ଆଲୋଚନା କରନ୍ତୁ ନାହିଁ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ସି˚ହ: କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହେବାରେ ବନ୍ଧୁ ସହଯୋଗ କରିବେ । ପୁଞ୍ଜି ନିବେଶ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ଅଫିସରେ ପରିବେଶ ଭଲ ରହିବ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
କନ୍ୟା: ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡିପାରେ । ନୂଆ ଦିଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ମଧୁର ଭାଷା ସାହାଯ୍ୟରେ ନିଜର କାମ କରାଇନେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ତୁଳା: ବନ୍ଧୁଙ୍କ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । କାରବାରରେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।
ବିଛା: ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ତଲାସ କରିବେ। ଆପଣଙ୍କ ପୁଅ ଲାଗି କନ୍ୟା ଖୋଜା ପୂରା ହେବ। ବନ୍ଧୁ ସହିତ ଦିନଟି ଭଲରେ କଟିବ।
ଧନୁ: ଆକସ୍ମିକ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ନିଜ ବ୍ୟବହାରରେ ସ˚ଯମ ରଖନ୍ତୁ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।
ମକର: ଅସହିଷ୍ଣୁ ଲୋକମାନେ ଅପପ୍ରଚାର କରିବା ସଙ୍ଗକୁ କାର୍ଯ୍ୟରେ ବିଘ୍ନ ଘଟାଇପାରନ୍ତି । କମ୍ ବିଶ୍ବାସ କରୁଥିବା ଜିନିଷ ହାସଲ କରିବେ। ଆପଣଙ୍କ ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।
କୁମ୍ଭ: ନିଜର ସଫଳତାକୁ ନେଇ ଆଶ୍ବସ୍ତ ରହିବେ। ପରିବାର ମଧ୍ୟରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ ।ବନ୍ଧୁଙ୍କୁ ସହଯୋଗ କରିବାର ଅବସର ପାଇ ବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।
ମୀନ: ପରିବାରର କେତେକ ବ୍ୟତିକ୍ରମକୁ ନେଇ ଦୁର୍ଭାବନା ବୃଦ୍ଧି ପାଇ ପାରେ ।କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ସମୟ ଲାଗିପାରେ। କାହାରିକୁ ଆପଣଙ୍କ ଠାରୁ ଅତ୍ୟଧିକ ଆଶା ରହିବ। ବ୍ୟବସାୟରେ ଲାଭର ଯୋଗ ରହିଛି।