ଭୁବନେଶ୍ୱର : ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି ନ୍ୟୁଜ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ବୋଲି ଲୋକଙ୍କୁ ପଚରାଯାଇଥିଲା । ଲୋକମତ ଆଧାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ନମ୍ବର ସ୍ଥାନରେ ଅଛନ୍ତି ।ସର୍ଭେରେ ଶ୍ରେଷ୍ଠ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।
ଅନ୍ୟପକ୍ଷରେ ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି , (୧) ଓଡ଼ିଶା – ନବୀନ ପଟ୍ଟନାୟକ, (୨) ଦିଲ୍ଲୀ – ଅରବିନ୍ଦ କେଜ୍ରିୱାଲ, (୩ ) ଆନ୍ଧ୍ରପ୍ରଦେଶ – ଜଗନମୋହନ ରେଡ୍ଡୀ, (୪) କେରଳ – ପି ବିଜୟନ, (୫) ମହାରାଷ୍ଟ୍ର – ଉଦ୍ଧବ ଠାକରେ, (୬) ଛତିଶଗଡ – ଭୁପେଶ ବାଗେଲ, (୭) ପଶ୍ଚିମବଙ୍ଗ- ମମତା ବାନାର୍ଜୀ, (୮) ମଧ୍ୟପ୍ରଦେଶ – ଶିବରାଜ ସିଂ ଚୌହାନ, (୯) ଗୋଆ – ପ୍ରମୋଦ ସାୱନ୍ତ, (୧୦) ଗୁଜୁରାଟ – ବିଜୟ ରୂପାନି ।
ସୂଚନା ଥାଉ କି ଏବିପି ନ୍ୟୁଜ୍ ପାଇଁ ସି ଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଥିଲେ । ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଥିଲା ।