ମେଷ : ସାମାଜିକ ସ୍ତରରେ କାମ ହାସଲ ସକାଶେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ ।
ବୃଷ : ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଟଣାଓଟରା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।
ମିଥୁନ : ବହୁ ବିଳମ୍ବରେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ଆଜି ବିବାଦୀୟ କଥାରେ ମଧ୍ୟସ୍ଥତା କଲେ ଆପମାନିତ ହେବାକୁ ପଡିବ ।
କର୍କଟ : ଆଶା କରିଥିବା ଦିଗରୁ ଅର୍ଥ ଲାଭ ହେବେ । ସରକାରୀ ସ୍ତରରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି ।
ସିଂହ : କାର୍ଯ୍ୟ ଦକ୍ଷତା କାରଣରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । କର୍ମକ୍ଷେତ୍ରରେ ଧୀରେ ଧୀରେ କାମ ହାସଲ କରିବେ । ବନ୍ଧୁ ଗହଣରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ ।
କନ୍ୟା : ଦୀର୍ଘ ଦିନର ପାରିବାରିକ ସମସ୍ୟା,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିବେ ।
ତୁଳା : ମତଭେଦଜନିତ ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି । ଅପ୍ରିୟ ସତ୍ୟ ପ୍ରକାଶ କରି କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଅଫିସରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି ।
ବିଛା : ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । କର୍ମକ୍ଷେତ୍ରରେ ଦାୟିତ୍ୱହୀନ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ । ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ଧନୁ : ବନ୍ଧୁଙ୍କ ଦ୍ୱାରା ବହୁତଦିନରୁ ଅଟକି ରହିଥିବା କାମଟି କରାଇ ନେବେ । ସ୍ୱାସ୍ଥୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ସାମୟିକ ବ୍ୟାହତ ହୋଇପାରେ ।
ମକର : ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବାର ସୁଯୋଗ ପାଇବେ ।
କୁମ୍ଭ : ପାଖ ପଡୋଶୀଙ୍କ ସହଯୋଗ ଲାଭ କରି ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟିକୁ ପୂରଣ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ ।
ମୀନ : କର୍ମକ୍ଷେତ୍ରରେ ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଲୋକଙ୍କ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।