ଆଜିର ରାଶିଫଳ ( ସୋମବାର )

ତା : ୧୮ / ୧ / ୨୦୨୧

ମେଷ : ପରିବାରରେ ଆକସ୍ମିକ କଳହ ଲାଗିବାର ସମ୍ଭାବନା ରହିଛି । ଆପଣଙ୍କ ବିଚାର ସକାରାତ୍ମକ ରହିବ। ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ। ନେତାଙ୍କ ଲାଗି ଦିନଟି ଭଲ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ।

ବୃଷ : ନୂତନ କର୍ମାରମ୍ଭ କ୍ଷେତ୍ରରେ ଖର୍ଚ୍ଚଭାର କ୍ରମଶଃ ବୃଦ୍ଦି ପାଇ ଋଣଗ୍ରସ୍ତ ହେବାକୁ ପଡିବ । ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ। କୌଣସି ଜରୁରୀ କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା ରହିବ।

ମିଥୁନ : କୌଣସି ନୂଆ କାମ ପାଇଁ ଯୋଜନା କରିବେ। ବିଶ୍ରାମହୀନ କାମ ଓ ବିଶେଷ ଭ୍ରମଣ କାରଣରୁ ଆକସ୍ମିକ ସ୍ୱାସ୍ଥ୍ୟହାନିର ଆଶଙ୍କା ରହିଛି । ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ପରିବାରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ ।

କର୍କଟ : କେତେକ ଖଳପ୍ରକୃତିର ଲୋକମାନେ ଜାଣି ଶୁଣି ବିରୁଦ୍ଧାଚରଣ କରିପାରନ୍ତି । ପୂଜାପାଠରେ ସମୟ ବିତିବ। ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

ସି˚ହ : ସୁଖଦ ସମାଚାର ପାଇବେ। ଘରକୁ ବନ୍ଧୁଙ୍କ ଯିବା-ଆସିବା ଲାଗି ରହିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦ ଦେଖା ଦେଇପାରେ । ନିଜର ଜିନିଷପତ୍ର ଉପରେ ଧ୍ୟାନ ରଖନ୍ତୁ।

କନ୍ୟା : ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାରେ ସଫଳ ହେବେ ।ଆମଦାନିର ନୂଆ ଉତ୍ସ ପାଇବେ। ଓକିଲଙ୍କ ଠାରୁ ଆଇନ ସମ୍ପର୍କିତ ପରାମର୍ଶ ନେବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା : କର୍ମକ୍ଷେତ୍ରରେ ସ୍ପଷ୍ଟବାଦିତା ଓ ସହୃଦୟତାହେତୁ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମହତ୍ତ୍ବପୂର୍ଣ୍ଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବ୍ୟବସାୟରେ ଲାଭ ପାଇବେ। ପ୍ରେମିକ ପ୍ରେମିକା ପରସ୍ପର ସୁଖଦୁଃଖ ବାଣ୍ଟି ପାରନ୍ତି।

ବିଛା : ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧୀନ କରିପାରିଲେ ସଫଳତା ମିଳିବ ।ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଥଟ୍ଟା ତମାସା ପାଇଁ ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଧନଲାଭର ସୁଯୋଗ ମିଳିପାରେ।

ଧନୁ : ନୂତନ ସ୍ଥାନ ଭ୍ରମଣ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଅଫିସରେ ଆପଣଙ୍କୁ ସତର୍କ ରହିବାକୁ ହେବ। କଠିନ ପରସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଛାତ୍ରୀ ପରୀକ୍ଷାରେ ଭଲ କରିବେ।

ମକର : ଏକାଧିକ କାମ ହାତକୁ ନେଇ ବିବ୍ରତତା ବୃଦ୍ଧି ପାଇବ । ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କୌଣସି ବନ୍ଧୁ ମାଧ୍ୟମରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ସୁଖଦ ଅନୁଭୂତି ହେବ।

କୁମ୍ଭ : ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ଅନ୍ୟମାନଙ୍କ କାନକୁହା କଥା ଶୁଣୀ ବ୍ୟସ୍ତ ହୁଅନ୍ତୁ ନାହିଁ ।ଜମିରେ ନିବେଶ ଲାଗି ଭଲ ଦିନଟିଏ। ନୂଆ ଚାକିରି ଲାଗି ଇମେଲ୍‌ ପାଇପାରନ୍ତି।

ମୀନ : କର୍ମକ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । କ˚ପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧୢମରେ ଅଶାନ୍ତିର ସମାଧାନ ବାହାରିଯିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।