ପ୍ରମୋଦ ଚନ୍ଦ୍ର ସାମଲ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପ୍ରଥମ ସେମି ଫାଇନାଲରେ ନିୟୁ ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ବିଜୟୀ

ମହାକାଳପଡ଼ା , ୧୯/୧ : ଦହିମାଛ ସୁନାମହୀ ଖେଳ ପଡିଆରେ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରମୋଦ ଚନ୍ଦ୍ର ସାମଲ ଷଷ୍ଠ ବାର୍ଷିକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ ଉକୁସାହିର “ନିୟୁ ଇଲେଭେନ ଷ୍ଟାର କ୍ରିକେଟ କ୍ଳବ” ସହିତ ମାର୍ଶାଘାଇର “ବାୟାବାବା କ୍ରିକେଟ କ୍ଳବ” ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ନିଉ ଇଲେଭେନ ଷ୍ଟାର ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୨୦ ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ ୧୬୪ ରନ କରିଥିଲା ।

୧୬୫ ରନର ଲକ୍ଷ ନେଇ ପଡିଆକୁ ଓଲ୍ହାଇଥିଵା ବାୟାବାବା କ୍ରିକେଟ କ୍ଳବ ୧୭.୧ ଓଭରରେ ମାତ୍ର ୯୪ ରନ କରି ଅଲ ଆଉଟ ହୋଇଯାଇଥିଲା। ନିୟୁ ଇଲେଭେନ ଷ୍ଟାରର ରାଜେଶ ସ୍ୱାଇଁ ୨୨ ବଲରେ ୬ଟି ଛକା ଓ ଗୋଟିଏ ଚଉକା ସହାୟତାରେ ୪୫ ରନ କରିଥିବାବେଳେ ଦୁଇ ଓଭର ବୋଲିଂ କରି ୮ ରନ ବିନିମୟରେ ଦୁଇଟି ମୂଲ୍ୟବାନ ଓ୍ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ରାଜେଶ ସ୍ୱାଇଁଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଆସନ୍ତା ଗୁରୁବାର ( ଜାନୁଆରୀ,୨୧) ରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ‘ଗୁଗୁଲି ଏକାଦଶ କ୍ରିକେଟ କ୍ଳବ’ (କାନପୁର) ସହିତ ‘ଜଟାଧାରୀ କ୍ରିକେଟ କ୍ଳବ’ (ସୋବଳା) ମଧ୍ୟରେ ଅନୁଷ୍ଠିତ ହେବ।