ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ LICର ପରିଚାଳନା ନିର୍ଦେଶକ

ନୂଆଦିଲ୍ଲୀ ୧୯/୦୧: ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ LIC ପରିଚାଳନା ନିର୍ଦେଶକ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର । ଫେବୃଆରୀ ୧ରୁ ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟଭାର ସମ୍ଭାଳିବେ । ଟି.ସି. ସୁଶିଲ କୁମାରଙ୍କ ସ୍ଥାନ ନେବେ ସିଦ୍ଧାର୍ଥ ମହାନ୍ତି । ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ ମହାନ୍ତି ଏବେ ଭାରତର ସର୍ବବୃହତ୍ତ ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ (ଏମଡି) ହୋଇଛନ୍ତି। ୩୦ ଜୁନ ୨୦୨୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ଆର୍ଥିକ ବ୍ୟାପାର ବିଭାଗର ସୁପାରିଶ କ୍ରମେ କ୍ୟାବିନେଟ ନିଯୁକ୍ତି କମିଟି ସିଦ୍ଧାର୍ଥ ମହାନ୍ତିଙ୍କୁ ଏହି ଗୁରୁଦାୟିତ୍ବ ଦେଇଛନ୍ତି।

ଏଲଆଇସିରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ପରିଚାଳନା ନିର୍ଦେଶକ ଅଛନ୍ତି। ଏମ.ଆର କୁମାର ଏଲଆଇସି ଚେୟାରମ୍ୟାନ ଥିବା ବେଳେ ଟି.ସି ସୁଶିଲ କୁମାର, ବିପୀନ ଆନନ୍ଦ, ମୁକେଶ କୁମାର ଗୁପ୍ତା ଓ ରାଜ କୁମାର ଏମଡି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।