ମେଷ: ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ମତାନ୍ତର ସୃଷ୍ଟି ହେବ ।ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଭାଗୀଦାର କାରବାରରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ଭ୍ରମଣ ପାଇଁ ଯୋଜନା କରିବେ।
ବୃଷ: କାମର ଚାପ ବୃଦ୍ଧି ଯୋଗୁ ଆଜି ଅଫିସ୍ କାର୍ଯ୍ୟରେ ବେଶି ବ୍ୟସ୍ତ ରହିବେ । ବ୍ୟାବସାୟିକ ଡିଲ୍ରେ ଲାଭ ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।
ମିଥୁନ: ଦ୍ରବ୍ୟ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର ପାଇବେ । ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି। ଆପଣ କାମ ପାଇଁ ପ୍ରଶ˚ସା ଓ ପୁରସ୍କାର ପାଇବେ। ଆପଣଙ୍କ ଜୀବନରେ ନୂଆ ସ˚ପର୍କ ଯୋଡ଼ି ହେବ।
କର୍କଟ: ଯେମିତି ଚିନ୍ତା କରୁଛନ୍ତି,ସେହି ପରି କଲେ ସବୁ ଠିକ୍ ହୋଇଯିବ । ପ୍ରଭୁଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କର ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ସି˚ହ: ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖା ଦେବ । ବିଶେଷ ଚେଷ୍ଟା କଲେ ଯାଇ ବେପାରରେ ସଫଳତା ଓ ଲାଭ ପାଇବେ। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁୁ।
କନ୍ୟା: ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । କର୍ମସାଧନ ପାଇଁ ଭଲ ସୁଯୋଗ ଆସିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ।
ତୁଳା: ସମସ୍ୟା ଲାଗିରହିଥିଲେ ମଧ୍ୟ ଆପଣଙ୍କର କୌଣସି କାମ ଅଟକି ନାହିଁ । କାମକୁ ଠିକ୍ ରୂପେ ନିର୍ବାହ କରି ଆତ୍ମସନ୍ତୋଷ ଲାଭ କରିବେ। ଲୋକମାନଙ୍କ ମଧୢରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଆୟରେ ଅପ୍ରତ୍ୟାଶିତ ବୃଦ୍ଧି ହେବ।
ବିଛା: କାର୍ଯ୍ୟ ଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ହେବ । ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ନୂଆ ବିଚାର ଆର୍ଥିକ ପକ୍ଷ ପାଇଁ ଲାଭଦାୟକ ହେବ। ପ୍ରେମିକ ଆପଣଙ୍କୁ ଉପହାର ଦେଇପାରନ୍ତି।
ଧନୁ: ଭଲ କାମ କରି ମଧ୍ୟ ପ୍ରଶଂସା ପାଇପାରିବେ ନାହିଁ । ସାହସିକ ନିଷ୍ପତ୍ତି ବଳରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବିବାହ ଯୋଗ୍ୟ ପୁରୁଷଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।
ମକର: ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରିବେ । ଜରୁରୀ କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ।
କୁମ୍ଭ: ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ । ରାଜନୈତିକ କାର୍ଯ୍ୟରେ ସମୟ ବିତିବ। ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ମୀନ: ନିକଟ ସମ୍ପର୍କୀୟମାନେ କୌଣସି ଆଲୋଚନା ସକାଶେ ଡାକି ପାରନ୍ତି । ନୂଆ ବସ୍ତ୍ର ପରିଧାନ କରିବେ। ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଦୈନନ୍ଦିନ କାର୍ଯ୍ୟରେ ସଫଳତା ପାଇବେ।