ନୂଆଦିଲ୍ଲୀ, ୨୧/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୭୩ ଲକ୍ଷ ୬ ହଜାର ୫୩୬ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୨୦ ଲକ୍ଷ ୮୩ ହଜାର ୨୫୭ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୯୮ ଲକ୍ଷ ୪୮ ହଜାର ୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୩ ଲକ୍ଷ ୭୪ ହଜାର ୬୪୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୨ ହଜାର ୩୩୭ ହେଉଛନ୍ତି ଗୁରୁତର ରୋଗୀ ।