ପୁଣେ,୨୧ /୧: ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ନିଆଁ ଲାଗିଲା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରି ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁଣେର ମେୟର ମୁରଲୀଧର ମୋହର। ପ୍ରଥମେ ଭିତରେ କେହି ଫସି ନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ଏବେ ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ମିଳିଛି। ତେବେ କରୋନା ଟିକା କୋଭିସିଲ୍ଡ ରଖାଯାଇଥିବା କୋଠାଟି ନିଆଁ ଲାଗିଥିବା କୋଠା ପାଖରେ ଥିଲେ ମଧ୍ୟ ଟିକା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। ଏବେ ନିଆଁକୁ ଆୟତ୍ତକୁ ଅଣାଯିବା ପରେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି। ପ୍ରାଥମିକ ତଦନ୍ତ ଅନୁସାରେ ବୈଦୁତିକ ତ୍ରୁଟି ପାଇଁ ନିଆଁ ଲାଗିଥିବା ଜଣାପଡ଼ିଛି। ନିର୍ମାଣାଧୀନ କୋଠାରେ ଚାଲିଥିବା ୱେଲଡିଂ କାମ ପାଇଁ ଏହି ନିଆଁ ଲାଗିଥିବା କୁହାଯାଉଛି।