ଗଣତନ୍ତ୍ର ଦିବସରେ ଜାତୀୟ ପତାକା ବ୍ୟବହାରକୁ ନେଇ ଗାଇଡଲାଇନ ଜାରି

ନୂଆଦିଲ୍ଲୀ,୨୧ /୧: ଜାନୁଆରି ୨୬ରେ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କୁ ଅନୁରୋଧ କରାଯାଇଛି କି ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକା ବ୍ୟବହାର ନକରି କାଗଜ କିମ୍ବା କପଡ଼ାରେ ନିର୍ମିତ ପତାକା ବ୍ୟବହାର କରନ୍ତୁ।

ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ଯେ, ପ୍ଲାଷ୍ଟିକରେ ନିର୍ମିତ ପତାକା ପ୍ରାକୃତିକ ଭାବେ ନଷ୍ଟ ହୋଇ ନ ଥାଏ। ଏହାକୁ ନଷ୍ଟ କରିବାକୁ ବହୁ ସମୟ ଲାଗିଥାଏ। ତେଣୁ ପତାକାର ସମ୍ମାନକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର କରିବା ଉଚିତ୍ ନୁହେଁ । ଏହି ଗାଇଡଲାଇନକୁ କଡାକଡି ପାଳନ କରିବାକୁ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।