ଜାମ୍ମୁ, ୨୧/୧ : LOCରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହାର ପ୍ରତିଶୋଧ ନେଇ ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଉତ୍ତର ଦେଇଛି।
ଭାରତୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ କହିଛନ୍ତି ଯେ ଗୁଳି ବିନିମୟରେ ସେନାର ହାବିଲଦାର ନିର୍ମଳ ସିଂଙ୍କର ମୃତ୍ୟୁ ଘଟିଛି। ସହିଦ ହବିଲଦାର ନିର୍ମଳ ସିଂ ହରିୟାଣାର। ସୂଚନା ଅନୁଯାୟୀ, ସ୍ନାଇପର ରାଇଫଲ ସହ ପାକିସ୍ତାନରୁ ଗୁଳି ଚଳାଇବା ପରେ ହାବିଲଦାର ନିର୍ମଲ ସିଂହ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସହିଦ ନିର୍ମଲ ସିଂ ଜଣେ ସାହସୀ ଏବଂ ଜଣେ ସଚ୍ଚୋଟ ଯବାନ ଥିଲେ। ତାଙ୍କର ବଳିଦାନ ଏବଂ କର୍ତ୍ତବ୍ୟ ନିଷ୍ଠା ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ହୋଇ ରହିବ।