ଆଜିର ରାଶିଫଳ (ଶୁକ୍ରବାର)

ତା : ୨୨ / ୧ / ୨୦୨୧

ମେଷ: କୌଣସ ଲୋକଙ୍କ ଠାରୁ ସଂପୂର୍ଣ୍ଣ ସମର୍ଥନ ପାଇବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ନୂଆ ପ୍ରକଳ୍ପରେ ନିଜର ସମସ୍ତ ଶକ୍ତି ଲଗାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ବୃଷ: ମହତ୍‍ ଲୋକଙ୍କ ସହିତ ମିତ୍ରତା ହେବ। ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କଳାତ୍ମକ କ୍ଷମତା ବିକଶିତ ହେବ।

ମିଥୁନ: ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅନ୍ୟର ମାନସିକତାକୁ ଶୀଘ୍ର ବୁଝିନେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ।

କର୍କଟ: ଶତ୍ରୁକୁ ନିପାତ କରିବାରେ ସକ୍ଷମ ହେବେ। ସରକାରୀ ଧନ ମିଳିପାରେ। ଚାକିରି ବୃତ୍ତିରେ ଏକ ମନଲାଖି ପରିବର୍ତ୍ତନ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ସି˚ହ: ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ସୁସ୍ଥ ରହିବେ। ଆନନ୍ଦ ଉତ୍ସବରେ ଦିନସାରା ସମୟ ବିତାଇବେ। ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ଭାବନା ଜନ୍ମିବ। ଜୀବନସାଥୀଙ୍କ ସହଯୋଗ ପାଇବେ।

କନ୍ୟା: ଅନ୍ୟକୁ ସମାଲୋଚନା କରି ନିଜ ଦୋଷକୁ ଘୋଡେଇ ପାରନ୍ତି। ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଶୁଭ ସମାଚାର ପାଇବେ। ଉପାର୍ଜନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବେ।

ତୁଳା: ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ। ବାଣିଜ୍ୟ କାରବାର ଉତ୍ତମ ମାନର ହେବ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ବୈବାହିକ ଜୀବନ ଭଲ ରହିବ।

ବିଛା: ମିଠାକଥା କହି କାର୍ଯ୍ୟ ହାସଲ କରିପାରନ୍ତି। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ସ˚ପତ୍ତି ବିବାଦ ସମାପ୍ତ ହେବ।

ଧନୁ: ସାଧୁ କଲ୍ୟାଣ ପ୍ରାପ୍ତ ହେବେ। ସଦ୍‍ଚରିତ୍ରଯୁକ୍ତ ହେବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଇଚ୍ଛା କରିବେ। ବେପାରରେ ଆଶାନୁରୂପ ଲାଭ ପାଇବେ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ମକର: ସତର୍କତାର ଦିନ ବାକ୍‍ ସଂଜମୀ ହେଲେ ଶୁଭଫଳ ମିଳିବ। କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ମହତ୍ତ୍ବପୂର୍ଣ୍ଣ କାମ କରିବେ। ପର୍ଯ୍ୟାପ୍ତ ଲାଭ ସହିତ ଯଶ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ।

କୁମ୍ଭ: ସର୍ବଦା ବିନୟ ଭାବ ପ୍ରକାଶ କରିପାରନ୍ତି; ମାତ୍ର ନୀତି ନିଷ୍ଠ ଲୋକଙ୍କୁ ଘୃଣା କରିପାରନ୍ତି। ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ।

ମୀନ: ବିଭିିନ୍ନ ପ୍ରକାରର ଧନ ଅର୍ଜନ କରିପାରନ୍ତି। ଅତି ସୁଖୀ ହେବେ। ନିର୍ଲୋଭୀ ହୋଇପାରନ୍ତି। ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବେ। ଅଜଣା ଲୋକ ସହିତ ଯୁକ୍ତିତର୍କ ହୋଇପାରେ।