ପ୍ରଫେସର ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତ

ଭୁବନେଶ୍ୱର,୨୩/୧: ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ନିଯୁକ୍ତ କରିଛନ୍ତି। ପ୍ରଫେସର ନାୟକ ରେଭେନ୍ସା କୁଳପତି ଭାବେ ୪ବର୍ଷ ପାଇଁ କାର୍ଯ୍ୟ କରିବେ।

ପ୍ରଫେସର ନାୟକ ଏବେ ଚେନ୍ନଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମହାନିର୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ୩୪ ବର୍ଷର ପଢାଇବାର ଅଭିଜ୍ଞତାରେ ୪୦ ବିଦ୍ୟାର୍ଥୀ ପିଏଚ୍‌ଡି ଲାଭ କରିଛନ୍ତି। ସେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ଭାର ସଫଳତାର ସହ ତୁଲାଇଛନ୍ତି। ପ୍ରଫେସର ନାୟକ ଖୁବ୍‌ଶୀଘ୍ର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ।