କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୯୨ ଲକ୍ଷ ୯୫ ହଜାର, ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୨୮ ହଜାର

ନୂଆଦିଲ୍ଲୀ, ୨୪/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ୯୨ ଲକ୍ଷ ୯୫ ହଜାର ୧୬୩ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୬ଟା ପର୍ଯ୍ୟନ୍ତ ୨୧ ଲକ୍ଷ ୨୮ ହଜାର ୭୦୮ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୧୩ ଲକ୍ଷ ୪୭ ହଜାର ୦୧୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୮ ଲକ୍ଷ ୧୯ ହଜାର ୦୨୭ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ୮୪୪ ହେଉଛନ୍ତି ଗୁରୁତର ରୋଗୀ ।