ନୂଆଦିଲ୍ଲୀ / ରାଞ୍ଚି, ୨୪/୧ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ରାତିରେ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି। ରାଞ୍ଚିର ଏକ ଡାକ୍ତରଖାନାରେ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ଲାଲୁଙ୍କୁ ଗତକାଲି ରାତିରେ ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚିରୁ ଦିଲ୍ଲୀ ବିମାନବନ୍ଦରକୁ ନିଆଯାଇଥିଲା। ଦିଲ୍ଲୀର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ AIIMSର କାର୍ଡିଓଥୋରାସିକ୍ ସେଣ୍ଟରର କରୋନାରୀ କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି।
ଅଧିକାରୀ କହିଛନ୍ତି ଯେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ତଥା ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇଛି। AIIMSର କାର୍ଡିଓଲୋଜି ବିଭାଗର ପ୍ରଫେସର ରାକେଶ ଯାଦବ ଲାଲୁଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଲାଲୁ ପ୍ରସାଦ (୭୧) ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (RIMS)ରେ ବିଭିନ୍ନ ରୋଗରେ ଚିକିତ୍ସିତ ହେଉଥିଲେ।