ମେଷ: କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁ ଅନୁତପ୍ତ ହେବେ । ଯୋଜନା ଅନୁସାରେ କାମ ସ˚ପୂର୍ଣ୍ଣ ହୋଇଯିବ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବେକାରଙ୍କୁ ରୋଜଗାର ମିଳିପାରେ। ବ୍ୟବସାୟରେ ଲାଭ ହେବ।
ବୃଷ: ଆର୍ଥିକ ଉନ୍ନତି ସହ ଶାରୀରିକ ସୁସ୍ଥତା ବୃଦ୍ଧି ହେବ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଟେଣ୍ଟ୍ ହାଉସ୍ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଭ୍ରମଣରେ ସମୟ ବିତିବ। ପରିବାରରେ ସମସ୍ତଙ୍କୁ ଆନନ୍ଦ ମିଳିବ।
ମିଥୁନ: ନିର୍ମାଣ ସମ୍ପର୍କୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବେପାରରେ ବୃଦ୍ଧି ଘଟିବ।
କର୍କଟ: ଅର୍ଥ କିମ୍ବା ପାରିବାରିକ ସମସ୍ୟାକୁ ନେଇ ବିବାଦ ଦେଖାଦେଇ ପାରେ । ପରିବାରରେ ଏକତା ଓ ପ୍ରେମ ବଢ଼ିବ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହେବ। ପାଠପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।
ସି˚ହ: ଆପଣ ଯାହା ଚାହୁଁଛନ୍ତି ତାହା ପାଇବାକୁ କଷ୍ଟ କରିବାକୁ ପଡିବ ନାହିଁ । ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଆପଣ କୌଣସି ସମ୍ମାନିତ ବ୍ୟକ୍ତିଙ୍କ ସହିତ ମିଶିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
କନ୍ୟା: ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ । ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜୀବନସାଥୀଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ତୁଳା: ଖଳପ୍ରକୃତିର ଲୋକ ମାନେ ବିରୃଦ୍ଧାଚରଣ କରିବେ । ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ ଏବ˚ ସଫଳ ହେବେ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ।
ବିଛା: ମତାନ୍ତର ଲାଗି ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ । ପଡ଼ୋଶୀ ପୁରୁଣା କଥା ପାସୋରି ବନ୍ଧୁତାର ହାତ ବଢ଼ାଇବେ। ମନକୁ ଶାନ୍ତି ମିଳିବ। କାମ ପ୍ରତି ଆପଣଙ୍କ ସମର୍ପିତ ଭାବ ଦେଖି ଅଧିକାରୀ ପ୍ରଭାବିତ ହେବେ।
ଧନୁ: ବନ୍ଧୁମାନଙ୍କ ସହାର୍ଯ୍ୟରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି । କିଛି ନୂଆ ଅନୁଭବ ପ୍ରାପ୍ତ ହେବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଟଙ୍କାପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ।
ମକର: ଆଜି ଯାତ୍ରା, ବାଣିଜ୍ୟ, ପରିବହନରେ କୌଣସି ଅସୁବିଧା ହେବ ନାହିଁ । ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବନ୍ଧୁଙ୍କ ସହିତ ମଜା ମସ୍ତିରେ ସମୟ ବିତିବ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ।
କୁମ୍ଭ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଲୋକମାନେ ଦାଉ ସାଜିପାରନ୍ତି । ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ରାଜନୀତିକ ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ।
ମୀନ: ପାରିବାରିକ ପରିସ୍ଥିତି ଭଲ ରହିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହୋଇଯିବ। ବ୍ୟବସାୟ କାମରେ ବାହାରକୁ ଯିବେ। କଳାକାରଙ୍କ ଲାଗି ଦିନଟି ଭଲ। ଧନଲାଭ ଯୋଗ ରହିଛି।