ମେଷ: ଚାକିରି ଓ ବ୍ୟବସାୟରେ ସନ୍ତୋଷଜନକ ପରିଣାମ ପାଇବେ। ଶତ୍ରୁର ଉପସ୍ଥିତ ଆପଣଙ୍କୁ ବିବ୍ରତ କରିପାରେ। ବନ୍ଧୁ ସହାୟତା ପାଇ ଶତ୍ରୁକୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ କରଣୀୟ ଋଣ ପରିଶୋଧ କରିପାରନ୍ତି।
ବୃଷ: ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ସୁଖ ହାନିର ସୂଚନା ମିଳୁଛି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ଲାଭ ହୋଇପାରେ।
ମିଥୁନ: ହଠାତ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ କଠିନ ହେଉ ପଛେ ତା’ର ମୂଲ୍ୟ ମିଳିବ।
କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନରେ ଆତ୍ମସନ୍ତୋଷ ଲାଭ କରିବେ। ଶାନ୍ତିର ବାତାବରଣ ପ୍ରବାହିତ ହେବ।
ସିଂହ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅଚାନକ ଧନପ୍ରାପ୍ତି ହେବ। କିଛି ଉନ୍ନୟନ କାର୍ଯ୍ୟ କରିବାକୁ ନେଇ ପରାମର୍ଶ ଗ୍ରହଣ କରିବାକୁ ହେବ। ସୁଗୁଣ ସମ୍ପନ୍ନ ହେବେ। ସତ୍ୟାନୁରାଗୀ ହେବେ।
କନ୍ୟା: ଖୋଜୁଥିବା ଜିନିଷ ନ ପାଇବାରୁ ବିରକ୍ତ ହୋଇପାରନ୍ତି । ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ବନ୍ଧୁଙ୍କ ସହିତ ମଜା ମସ୍ତିରେ ସମୟ ବିତିବ। ସ୍ବଳ୍ପ ଆୟ ହେବାର ସୂଚନା ମିଳୁଛି; ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ବିବାଦୀୟ ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି।
ବିଛା: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ସହଜ ଓ ସୁବିଧାରେ ନୁହେଁ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଲୋକ ସମ୍ପର୍କ ବୃଦ୍ଧି ପାଇବ।
ଧନୁ: ଶୁଭ ସମାଚାର ପାଇ ଆଶ୍ବସ୍ତି ମିଳିବ। ଅନ୍ୟମାନଙ୍କ ପରାମର୍ଶରେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମକର: ଦିନଟି ବନ୍ଧୁ ମେଳରେ କଟିବ । କାର୍ଯ୍ୟରେ ସଫଳତା ଲାଭ କରିବେ। କଳ କୌଶଳ ପ୍ରୟୋଗ କରି ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍ବ୍ୟବହାର କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କୁମ୍ଭ: ଅସୁବିଧା ନ ହେଲେ ମଧ୍ୟ କେତେକ କାମ ଅଧାରେ ଅଟକି ଯିବ । ଆଶାବାଦୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ନ୍ୟସ୍ତ ଦାୟିତ୍ବର ସୁପରିଚାଳନା କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟରେ ଉପୁଜି ଥିବା ବାଧାବିଘ୍ନର ମୁକାବିଲା କରି ଆଗକୁ ବଢ଼ିବେ।
ମୀନ: ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଶତ୍ରୁହନ୍ତା ହୋଇପାରନ୍ତି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।