ଅଭିନେତା ଧର୍ମେନ୍ଦ୍ରଙ୍କର ମଇଁଷି ଚରାଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଆପଣ ମଧ୍ୟ ଦେଖନ୍ତୁ …

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଏହି କାରଣରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନିକଟରେ ଧର୍ମେନ୍ଦ୍ର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନେତା ଧର୍ମେନ୍ଦ୍ର ଗାଈ ଏବଂ ମଇଁଷି ଚରାଉଥିବାର ନଜର ଆସିଛନ୍ତି। ପ୍ରାୟ ୧ ମିନିଟର ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଲୋକ ଦେଖି ସାରିଲେଣି । ଅନେକ ସମୟରେ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ତାଙ୍କର ପ୍ରଶଂସକମାନେ ମଧ୍ୟ ଏହିପରି ପୋଷ୍ଟଗୁଡିକ ବହୁତ ପସନ୍ଦ କରିଥାନ୍ତି ।

ଏହି ଭିଡିଓ ସେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, “ପ୍ୟାର ହି ପ୍ୟାର ମିଲତା ହେ ବେଜୁବାନ ଇନ ସାଥିୟୋ ସେ, ଅଚ୍ଛି ଘାସ ଜହାଂ ଦିଖଯାଏ ଓହୀନ ଲେ ଜାତା ହୁଁ ଇଂହେ ।” ଧର୍ମେନ୍ଦ୍ର ଏହି ପ୍ରକାର ଭିଡିଓ ସେୟାର କରିବା ପ୍ରଥମ ଘଟଣା ନୁହେଁ। ଅନେକ ଥର ସେ ସୋସିଆଲ ମିଡିଆରେ ନିଜ ଚାଷଜମିରୁ ଫୋଟୋ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଯଦିଓ ଧର୍ମେନ୍ଦ୍ର ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି, ତଥାପି ତାଙ୍କର ପ୍ରଶଂସକ ବହୁତ ଜବରଦସ୍ତ ।

 

View this post on Instagram

 

A post shared by Dharmendra Deol (@aapkadharam)

ଇନଷ୍ଟାଗ୍ରାମରେ ଧର୍ମେନ୍ଦ୍ରଙ୍କ ପ୍ରାୟ ୯ ଲକ୍ଷ ଅନୁସରଣକାରୀ ଅଛନ୍ତି। ଧର୍ମେନ୍ଦ୍ର ଏପର୍ଯ୍ୟନ୍ତ ନିଜ ଆକାଉଣ୍ଟରୁ ୪୦୦ରୁ ଅଧିକ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ପ୍ରକାର ଭାବନାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟତ ପ୍ରକୃତି ଏବଂ ପକ୍ଷୀମାନଙ୍କର ଭିଡିଓ ସେୟାର କରନ୍ତି । ଧର୍ମେନ୍ଦ୍ର ଜମି ସହିତ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି। ଏହି କାରଣରୁ ତାଙ୍କୁ ପ୍ରାୟତ ତାଙ୍କ ଫାର୍ମ ହାଉସରେ ଦେଖାଯାଏ । ଧର୍ମେନ୍ଦ୍ର ବେଳେବେଳେ ମୁମ୍ବାଇ ଯାଇଥାନ୍ତି ଏବଂ ତୁରନ୍ତ ଫାର୍ମ ହାଉସକୁ ଫେରି ଆସନ୍ତି ।