କଟକ,୨/୨: କଟକ ସହରରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପକୁ ବଡ ଝଟକା ଲାଗିଛି । ଏକ ଆବେଦନର ଶୁଣାଣି କରି ଖାନ ନଗର କାଳୀ ମନ୍ଦିର ଜାଗା ଉପରେ ମାନ୍ୟବର ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି । ରାଜ୍ୟ ସରକାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ କଟକ ଖାନନଗରରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ତେବେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ କାଳୀ ମନ୍ଦିର ଜାଗାର ଆବଶ୍ୟକତା ରହୁଥିଲା । ଏହି ସ୍ଥାନ ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । ଯାହାର ଶୁଣାଣି କରି ମାନ୍ୟବର କୋର୍ଟ ସଂପୃକ୍ତ ସ୍ଥାନ ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି ।
ସୂଚନାଯୋଗ୍ୟ, କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ବସ୍ ଟର୍ମିଟାଲ୍ । ଏହି ବସ୍ ଟର୍ମିନାଲ୍ରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ ।