ଶିଳ୍ପାଞ୍ଚଳରେ ବିଲଡିଂ ପ୍ଲାନ୍‌ ଅନୁମୋଦନ କରିବ ଇଡ୍‌କୋ

ଭୁବନେଶ୍ବର,୨/୨ : ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ଇଡ୍‌କୋ ଜମିରେ ନିର୍ମାଣ ହେଉଥିବା ଶିଳ୍ପାଞ୍ଚଳ ଏବଂ ଶିଳ୍ପ ପାର୍କ ପାଇଁ BDA ରୁ ଅନୁମତି ଆଣିବାକୁ ପଡ଼ିବନି । ସମସ୍ତ ପ୍ରକାରର ନିର୍ମାଣ ପାଇଁ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କର ପ୍ଲାନ୍‌ ଇଡ୍‌କୋ ନିକଟରେ ଆବେଦନ କରିବେ। ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନ୍‌ ଦେବାରେ ବିଳମ୍ବ କରୁଥିବାରୁ ଏବଂ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଉନଥିବାରୁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।