୬ରୁ ଆରମ୍ଭ ହେବ ସରକାରୀ ଅଫିସରେ କରୋନା ଭାକ୍‌ସିନ୍

ଭୁବନେଶ୍ୱର,୩/୨: ୬ରୁ ଆରମ୍ଭ ହେବ ସରକାରୀ ଅଫିସରେ କରୋନା ଟିକା । ଏଥିଲାଗି ବିଭିନ୍ନ ଅଫିସରେ ଟୀକା ରୁମ୍‌ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ ଟିକା । ଏଥିଲାଗି ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୨ହଜାର ଡାଟା ବେସ୍‌ ପ୍ରସ୍ତୁତ ହୋଇସାଇଛି । ଏହି ଟିକାକରଣ କାର୍ଯ୍ୟ ଆସନ୍ତା ୬ତାରିଖରୁ ଆରମ୍ଭ ହେବ । ତିନି ସପ୍ତାହ ମଧ୍ୟରେ ଆଗଧାଡିର ଯୋଦ୍ଧାମାନଙ୍କ ଟିକା କରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଓଡିଶାକୁ ଆଜି ୬୩ ହଜାର ୯୦ ଡୋଜ୍‌ କୋଭିସିଲ୍ଡ ଓ ୮୩ହଜାର ୫୦୦ କୋଭିକ୍ସିନ ଟିକା ଆସିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟୀକା ଦିଆଯାଇଛି । ଯାହା ଟିକାକରଣର ୬୨ ପ୍ରତିଶତ ଅଟେ । ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଫେବୃଆରୀ ୧୫ତାରିଖରୁ ପ୍ରଥମ ଫେଜ୍‌ର ସେକଣ୍ଡର ଡୋଜ ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।