ବେଙ୍ଗାଲୁରୁ, ୪ /୨ : ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟିରେ ଗତକାଲିଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ‘ଏରୋ ଇଣ୍ଡିଆ’ ପ୍ରଦର୍ଶନୀରେ ଭାରତ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏହି ସମୟରେ ଭାରତର ସ୍ୱଦେଶୀ ନିର୍ମିତ ତେଜସ- LCA ହେଲିକପ୍ଟର ଏବଂ ସୂର୍ଯ୍ୟ କିରଣ ବିମାନ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହା ସହିତ ସୁଖୋଇ, ରାଫେଲ, ହକ୍ ଏବଂ ଆମେରିକୀୟ ବି- ୧ ବି ଲାନ୍ସର୍ ହେଭି ବମ୍ବର ମଧ୍ୟ ବେଙ୍ଗାଲୁରୁର ଆକାଶରେ ସାମରିକ କୌଶଳ ପ୍ରଦର୍ଶନ କରିଥିଲେ। ଆମେରିକାର ଅଧିକାରୀଙ୍କ କହିବାନୁସାରେ, ବି- ୧ ବି ହେଉଛି ପ୍ରଥମ ଆମେରିକୀୟ ବୋମା ବର୍ଷଣକାରୀ ବିମାନ ଯାହା ଭାରତରେ ଅବତରଣ କରିଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ‘ଆତ୍ମନିର୍ଭରଶୀଳ ଗଠନ’ ଅଧୀନରେ LCA ପ୍ରଶିକ୍ଷକ, HTT-40, IJT, ଆଡଭାନ୍ସଡ ହକ୍ Mk 132 ଏବଂ ସିଭିଲ୍ DO-228 ବିମାନର ପ୍ରଦର୍ଶନ କରିଥିଲା ।
