ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ଦ୍ୱାରା କଟକ ମଙ୍ଗୁଳି ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଅଟକ
କଟକ, ୪/୨ : ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଓଜନ ୧୦୫ କେଜି ବୋଲି ସୂଚନା ମିଳିଛି । ଗଞ୍ଜେଇ ସମତେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାରକୁ ମଧ୍ୟ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ।
ସୂଚନା ଅନୁଯାୟୀ, ବିଶେଷ ସୁତ୍ରରୁ ଖବର ପାଇ ଆଜି କଟକ ମଙ୍ଗୁଳି ଛକ ଠାରେ ଚଢାଉ କରିଥିଲା କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ । ଯାଞ୍ଚ ବେଳେ ବୌଦ୍ଧରୁ ବାଲେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ଏକ କାର ଭିତରୁ ଏହି ଗଞ୍ଜେଇ ଜବତ କରିବା ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସ୍କ୍ବାଡ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି।