ନୂଆଦିଲ୍ଲୀ, ୬/୨ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୫୯ ଲକ୍ଷ ୦୬ ହଜାର ୭୭୫ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢେ ୭ଟା ପର୍ଯ୍ୟନ୍ତ ୨୩ ଲକ୍ଷ ୦୮ ହଜାର ୮୪୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୭ କୋଟି ୭୫ ଲକ୍ଷ ୨୪ ହଜାର ୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୫୯ ଲକ୍ଷ ୨୮ ହଜାର ୫୮୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୪ ହଜାର ୯୯୭ ହେଉଛନ୍ତି ଗୁରୁତର ରୋଗୀ ।