ନୂଆଦିଲ୍ଲୀ, ୬/୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ସେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସି ଅନେକ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିବେ। ଟ୍ୱିଟ୍ରରେ ମୋଦୀ ଦୁଇ ନିର୍ବାଚନ ରାଜ୍ୟ ଗସ୍ତର ବିବରଣୀ ଦେଇଛନ୍ତି । ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଆସାମ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, “ଆସନ୍ତାକାଲି (ରବିବାର) ମୁଁ ଆସାମର ଲୋକମାନଙ୍କ ମଧ୍ୟରେ ରହିବି। ସୋନୀତପୁର ଜିଲ୍ଲାର ଢ଼େକିଆଜୁଲିରେ ‘ଆସୋମ ମାଲା’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ, ଯାହା ରାଜ୍ୟରେ ସଡକ ଭିତ୍ତିଭୂମିର ବିକାଶ କରିବ । ଏହି ପଦକ୍ଷେପ ଆସାମର ଆର୍ଥିକ ପ୍ରଗତି ଏବଂ ରାଜ୍ୟର ଗମନଗମନକୁ ଉନ୍ନତ କରିବ । “