ଗ୍ଲେସିୟର ଦୁର୍ଘଟଣା ଉପରେ ଉମା ଭାରତୀଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ, ଅଡୁଆରେ ମୋଦୀ ସରକାର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଚମୋଲିରେ ହୋଇଥିବା ଗ୍ଲେସିୟର ଦୁର୍ଘଟଣା ସମ୍ପର୍କରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ଉମା କହିଛନ୍ତି ଯେ ସେ ମନ୍ତ୍ରୀ ଥିବା ସମୟରେ ହିମାଳୟ ଅଞ୍ଚଳରେ ନଦୀ ଉପରେ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ବିଷୟରେ ତାଙ୍କ ମନ୍ତ୍ରଣାଳୟ ଚେତାବନୀ ଦେଇଥିଲା । ଏହି ପରିପ୍ରେକ୍ଷୀରେ, ଉମାଙ୍କ ଏହି ମନ୍ତବ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଉମା ଭାରତୀ ବର୍ତ୍ତମାନ ହରିଦ୍ୱାରରେ ଅଛନ୍ତି। ଉମାଙ୍କ ବିବୃତ୍ତି ପରେ ଗ୍ଲେସିୟର ଦୁର୍ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏଭଳି ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଉପରେ ଉମା ଭାରତୀଙ୍କ ଆପତ୍ତିକୁ ଅବହେଳା କରିଥିବା ଅଭିଯୋଗ ହୋଇଛି।

ଉମା ଭାରତୀଙ୍କ ବିବୃତ୍ତି ପୂର୍ବରୁ କିଛି ବୈଜ୍ଞାନିକ ହିମାଳୟ ଅଞ୍ଚଳରେ ଏଭଳି ଜଳ ପ୍ରକଳ୍ପ ଆରମ୍ଭ ନକରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏଭଳି ସ୍ଥିତିରେ ରାଜ୍ୟରେ ଅବଶିଷ୍ଟ ଜଳ ବିଦ୍ୟୁତ୍ ପ୍ରକଳ୍ପ ବିଷୟରେ ସରକାର ଖୁବ ଶୀଘ୍ର ସମୀକ୍ଷା କରିବେ ବୋଲି ଆଶା କରାଯାଉଛି। ବୈଜ୍ଞାନିକଙ୍କ ପରାମର୍ଶରେ କିଛି ପ୍ରକଳ୍ପ ମଧ୍ୟ ବନ୍ଦ ହୋଇପାରେ ବୋଲି କୁହାଯାଉଛି ।