ନୂଆଦିଲ୍ଲୀ,୧୨ /୨: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଜି ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ତାନ ବୋଲି ଜଣାପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନସିଏସ୍) ପକ୍ଷରୁ କୁହଯାଇଛି ଯେ, ରାତି ୧୦ଟା ୩୧ ମିନିଟରେ ଭୂକମ୍ପ ଅନୁୁଭୂତ ହୋଇଛି। ତାଜିକସ୍ତାନରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା ବୋଲି ସୂଚନା ମିଳିଛି।
ଏନ୍ସିଏସ୍ ପକ୍ଷରୁ କୁହାଯାଇଛି ଯେ, ତାଜିକସ୍ତାନରେ ୧୦ଟା ୩୧ରେ ଭୂକମ୍ପ ଅନୁଭୂତ ହୋଇଥିଲା। ପଂଜାବର ଅମୃତସରରେ ଏହା ୧୦ଟା ୩୪ରେ ଜଣାପଡ଼ିଥିଲା। ପଂଜାବରେ ଭୂକମ୍ପର ତୀବ୍ରତା ୬.୧ ବୋଲି କୁହାଯାଉଛି।