ପଞ୍ଜାବ ପୌର ନିର୍ବାଚନରେ କଂଗ୍ରେସର ବାଜିମାତ୍, ବିଜେପି ଚିତପଟାଙ୍ଗ

ଚଣ୍ଡିଗଡ଼,୧୭ /୨: କଂଗ୍ରେସର ପ୍ରଭାବ ଦେଶର ସବୁ ରାଜ୍ୟରେ ହ୍ରାସ ପାଉଥିବା ବେଳେ ପଞ୍ଜାବର ପୌର ନିର୍ବାଚନରେ ଏହାର ଓଲଟା ଫଳାଫଳ ଦେଖିବାକୁ ମିଳିଛି । କୃଷି ଆନ୍ଦୋଳନରେ ପଞ୍ଜାବର ସର୍ବାଧିକ ଚାଷୀ ଯୋଗଦେଇଥିବା ବେଳେ ଏ ମଧ୍ୟ‌ରେ ନିର୍ବାଚନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରରେ ଶାସନ ଗାଦୀରେ ବସିଥିବା ବିଜେପି ପଞ୍ଜାବ ପୌର ନିର୍ବାଚନରେ ସଫଳତା ପାଇବାରୁ ବଞ୍ଚିତ ହୋଇଛି। କଂଗ୍ରେସ ଦଳ ୭ଟି ମହାନଗର ନିଗମ ମଧ୍ୟରୁ ବଟାଲା, ଭଟିଣ୍ଡା, ମୋଗା, କପୁରତାଲା, ପଠାନକୋଟ ଏବଂ ଆବୋହ ଆଦି ୬ଟି ମ୍ୟୁନିସିପାଲ କର୍ପୋରେସନରେ ବିଜୟ ହାସଲ କରିଛି। ବୁଧବାର ଘୋଷଣା ହୋଇଥିବା ମୋଟ ୧୦୪ ପୌର ପରିଷଦର ନିର୍ବଚନୀ ଫଳାଫଳ ମଧ୍ୟରୁ କଂଗ୍ରେସ ୯୮ଟି ଜିତିଛି। ୬ଟି ମ୍ୟୁନିସିପାଲ କର୍ପୋରେସନର ଫଳାଫଳ ଘୋଷଣା ସରିଥିବା ବେଳେ ମୋହାଲିର ନିର୍ବାଚନ ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ।