କେନ୍ଦ୍ର କୃଷି ଆଇନକୁ ବିରୋଧ କରି କେନ୍ଦ୍ରାପଡାରେ କୃଷକ ସମନ୍ୱୟ ସଙ୍ଘର୍ଷର ରେଳ ରୋକ

କେନ୍ଦ୍ରାପଡା,୧୮ /୨: କେନ୍ଦ୍ର ସରକାରଙ୍କ ନୂଆ ତିନି କଳା କୃଷି ଆଇନକୁ ରଦ୍ଧ୍ କରିବା ଓ ଧାନର ଏମଏସପି ଆଇନ ଆଣିବା ଦାବିରେ ଆଜି ଦେଶ ବ୍ୟାପି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦ୍ରାପଡ଼ା ଜିଲ୍ଲାର ସିପିଆଇ , ସିପିଆଇଏମ , ଜାତୀୟ କଂଗ୍ରେସ, ଏଆଇଟିୟୁସି ,ଏଆଇକେକେଏମଏସ, ଏଆଇୱାଇଏଫ ଓ ନବ ନିର୍ମାଣ କୃଷକ ସଂଘଠନ ମିଳିତ ଭାବେ ଦୁହୂରିଆ ଠାରେ ଦିନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ରେଳ ରୋକ କରାଯାଇଥିଲା l ଅଖିଳ ଭାରତ କୃଷକ ସମନ୍ୱୟ ସମିତି ତରଫରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋ ଗାନ ଦେବା ସହ ତୁରନ୍ତ ନୂଆ ତିନି କଳା କୃଷି ଆଇନ୍ କୁ ରଦ୍ଧ କରିବା ପାଇଁ ନାରାବାଜି ଦେଇଥିଲେ । ରେଳ ରୋକ କାର୍ଯ୍ୟକ୍ରମରେ ଜିଲ୍ଲାରୁ ବହୁ କୃଷକ ଓ ସାଧାରଣ ଲୋକ ମଧ୍ୟ ଯୋଗ ଦେଇଥିଲେ । ସମନ୍ୱୟ ସମିତିର ରେଳରୋକରେ ଅଲ ଇଣ୍ଡିଆ କିଶାନକ୍ଷେତ୍ରର ତରଫରୁ ଏଲିନା ସାମନ୍ତରାୟ, ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ , ନବନିର୍ମାଣ କୃଷକ ସଂଘଠନର ଉପଦେଷ୍ଟା ଦାଶରଥି ସାହୁ , ଅଶୋକ ଦାସ , ଜୟନ୍ତ ଲେଙ୍କା , ମନୋଜ ନାୟକ , ଗଣେଶ ମହାନ୍ତି ମହିଳା ଆଇନ ଜୀବି ସୁଭାଷିନୀ ଭଦ୍ର ଓ ନାରୀ ନେତ୍ରୀ ସୁହାମ ବେଗମଙ୍କ ସମେତ ବିଭିନ୍ନ ସଂଘଠନର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।