ମହାକାଳପଡ଼ା, ୨୧ /୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଠାରେ ଲିଫା ସ୍ପୋର୍ଟ୍ସ ଓ କଲଚୁରାଲ ଆସୋସିଏସନ ତରଫରୁ ଆୟୋଜିତ କଳିଙ୍ଗ ଚାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି l ରବିବାର ପୂର୍ବାହ୍ନ୍ନ ରେ ସାଇ ଇଲେଭେନ ଭୁବନେଶ୍ୱର ଟସ ଜିଣି ବ୍ୟାଟିଂ ଆରମ୍ଭ କରିଥିଲା ବେଳେ ନିମପୁର କଟକ ବୋଲିଂ କରିଥିଲା l ରାଜ୍ୟ ସ୍ତରୀୟ ଏହି ଫାଇନାଲ ମ୍ୟାଚକୁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଶୁଭ ଉଦଘାଟନ କରିଥିଲେ l ତିନି ରାଉଣ୍ଡ ଖେଳରେ ପ୍ରଥମ ୧୫ ଓଭର ଓ ଶେଷ ୩ ଓଭରରେ ସାଇ ଇଲେଭେନ ବିଜୟ ଲାଭ କରି ଚମ୍ପିୟାନ ହୋଇଥିବା ବେଳେ କେବଳ ମଧ୍ୟମ ୧୦ ଓଭରରେ ନିମପୁର କଟକ ବିଜୟୀ ହୋଇ ୠନର୍ସ ଅପ ହାସଲ କରିଛି l ମ୍ୟାଚ ଶେଷରେ ବିଜୟୀ ଟିମକୁ ସ୍ଥାନୀୟ ଶିକ୍ଷାବିତ ଶ୍ରୀବତ୍ସ ପଣ୍ଡା ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ବିଜେଡି ଛାତ୍ର ସଭାପତି ହେମନ୍ତ କୁମାର ସାହୁ ପରାଜିତ ଟିମକୁ ରନର୍ସ କପ ସହ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ l ବିଶେଷକରି ମ୍ୟାଚ କର୍ମକର୍ତ୍ତା ଧର୍ମପଦ ଦାଶ ଆଗାମୀ ଦିନରେ ଆହୁରି ଅଧିକ ଧୁମ ଧାମରେ ଖେଳ ହେବ ବୋଲି କହିଛନ୍ତି l