ମେଷ: ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସମ୍ମାନିତ ହେବାର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି।
ବୃଷ: ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୁଯୋଗ ଅଛି। ସାମୟିକ ଭାବେ ନିଅଁଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇପାରେ।ଲୋଭଗ୍ରସ୍ତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ବିଖ୍ୟାତ କୀର୍ତ୍ତିର ଅଧିକାରୀ ହୋଇପାରନ୍ତି।
ମିଥୁନ: ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ଆୟ ଅଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ।
କର୍କଟ: ଧର୍ମୀୟ ଭାବନାରେ ଉଦ୍ବୁଦ୍ଧ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି।
ସିଂହ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ଶୁଣି ଖୁସି ହୋଇପାରନ୍ତି।ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
କନ୍ୟା: ଘାତଚନ୍ଦ୍ର ପାଇଁ ସତର୍କ ରହିବେ। ସୁସମ୍ବାଦ ମିଳିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ତୁଳା: କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି। ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ଅଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ପ୍ରବଚନରେ ଯୋଗ ଦେବେ।
ବିଛା: ଅସୁସ୍ଥତାରୁ ଧୀରେ ଧୀରେ ଆରୋଗ୍ୟ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।ସାହସୀ ହୋଇପାରନ୍ତି। କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିବାରେ ପାରଙ୍ଗମ ହେବେ।
ଧନୁ: ଦୟାଳୁ ସ୍ବଭାବର ହେବେ। ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଘରକୁ ଆଣି ପାରନ୍ତି।ସର୍ବ ସୁଖର ଅଧିକାରୀ ହୋଇପାରନ୍ତି। ଅବିବାହିତଙ୍କର ଉପଯୁକ୍ତ ପାତ୍ରପାତ୍ରୀଙ୍କ ସହିତ ବିବାହ ପ୍ରସ୍ତାବ ଧାର୍ଯ୍ୟ ହେବାର ସୁଯୋଗ ଅଛି।
ମକର: ଶୁଭଖବର ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଶୁଭେଚ୍ଛୁମାନଙ୍କ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ।ଶୁଭକାର୍ଯ୍ୟ କରଣୀୟ। ଋଣପରିଶୋଧ କରି ଆଶ୍ବସ୍ତ ହେବେ।
କୁମ୍ଭ: ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ଅଧ୍ୟୟନରତ ହୋଇପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଖକର ଘଟଣା ଘଟିପାରେ।
ମୀନ: ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। କୃଷି ଖେତରୁ ଲାଭ ମିଳିପାରେ।