ମେଷ: କର୍ମଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ସଠିକ୍ ନିଷ୍ପତ୍ତି ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।
ବୃଷ: ଧନଲାଭର ଯୋଗ ରହିଛି। ଯେଉଁ କାମ ହାତକୁ ନେବେ ପୂରା ମନୋଯୋଗରେ କରିବେ। କୌଣସି ବନ୍ଧୁ ସହିତ ମତଭେଦ ହୋଇପାରେ।
ମିଥୁନ: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ପାରିବାରିକ କଷ୍ଟ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।
କର୍କଟ: ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
ସି˚ହ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କନ୍ୟା: ଜମି କିଣିବା ଲାଗି ଦିନଟି ଶୁଭ। ଯୌଥ କାରବାରରେ ଯଥେଷ୍ଟ ଲାଭ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମ ଜୀବନ ଭଲ ରହିବ।
ତୁଳା: ଜୀବନରେ ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ମନକୁ ନୂଆ ନୂଆ ବିଚାର ଆସିବ। ଛାତ୍ରମାନେ ପରୀକ୍ଷାରେ ଭଲ କରିବେ।
ବିଛା: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ପ୍ରଭୁଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରେ ଧନଲାଭ ହେବ।
ଧନୁ: ଅଚାନକ କୌଣସି ବନ୍ଧୁ ଆସିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ।
ମକର: ଆର୍ଥିକ ସ୍ଥିତି ମଜଭୁତ ହେବ। କାରବାରୀଙ୍କ ଲାଗି ଦିନଟି ଭଲ। ଛାତ୍ରମାନେ ଭଲଭାବେ ନିଜର କାମ ତୁଲାଇବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।
କୁମ୍ଭ: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ।
ମୀନ: ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ପ୍ରତିଯୋଗୀ ଛାତ୍ର ଲେଖାପଢ଼ାରେ ଅମନୋଯୋଗୀ ହେବେ।