ବାଲେଶ୍ବର,୨୬ /୨: ଆଜି ଜଳେଶ୍ୱର-ହାୱଡା ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଚଳିତ ମାସ ୧୮ରେ କଲିକତା ଠାରେ ହୋଇଥିବା ରେଳବୋର୍ଡ ବୈଠକରେ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ଜିଲ୍ଲା ତଥା ସଂସଦୀୟ କ୍ଷେତ୍ରରେ ରେଳର ବିକାଶ ଓ ଉନ୍ନତିକରଣ ପାଇଁ ଅନେକ ଦାବି ଉପସ୍ଥାପନ କରିଥିଲେ। ତନ୍ମଧ୍ୟରୁ କୋଭିଡ ଯୋଗୁଁ ବନ୍ଦ ରହିଥିବା ଆଞ୍ଚଳିକ ରେଳ ଚଳାଚଳ କରାଇବା ଏକ ପ୍ରମୁଖ ଦାବି ଥିଲା I ଫଳ ସ୍ୱରୂପ ଆଜି ଏହି ଟ୍ରେନ ତାର ସେବା ଯୋଗାଇ ଦେବା ଆରମ୍ଭ କରିଛି I ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଦାବି ମୁତାବକ ଅନ୍ୟାନ୍ୟ ଆଞ୍ଚଳିକ ରେଳଗୁଡିକ ଚାଲିବାର ବ୍ୟବସ୍ତା କରାଯିବା ସହିତ ଷ୍ଟେସନ, ପ୍ଲାଟଫର୍ମ, ସଂଲଗ୍ନ ରାସ୍ତା ଗୁଡିକର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ I