ମେଷ: ସୁସ୍ଥ ନିରାମୟ ରହିବେ । କେବଳ ଆଖିରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ବୃଷ: ଆକସ୍ମିକ ଧନଲାଭର ସୂଚନା ମିଳୁଛି।କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଠାରୁ ସହାୟତା ମିଳିିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଧାର୍ମିକ ତେଜସ୍ୱୀ ହେବେ।
ମିଥୁନ: ଦାନଶୀଳ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତରୁ ଲାଭବାନ୍ ହେବେ। ଶ୍ରେଣୀ ଓ ବୁଦ୍ଧିମାନ୍ ହୋଇପାରନ୍ତି।
କର୍କଟ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। କଥାରେ ବିନୟ ଭାବ ଓ ସ୍ନେହ, ଶ୍ରଦ୍ଧା ରହିବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ମିଳିବ। ବିବାଦରେ ବିଜୟୀ ହେବେ।
ସିଂହ: ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟକ୍ତିତ୍ୱ ଅଧିକ ବିକଶିତ ହୋଇପାରେ। ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି। ମଧୁରଭାଷୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ଅଧିକ ଧନ ମିଳିବ।
କନ୍ୟା: ସୁସ୍ଥ ଓ ନିରାମୟ ରହିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉଣା ହେବ ନାହିଁ।ଧନ ସମ୍ପଦ ଭରପୁର ରହିବ। କରିତ୍କର୍ମା ହେବେ। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ସରକାରୀ କୃପା ଲାଭ କରିପାରନ୍ତି।
ତୁଳା: ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବାଧା ବିଘ୍ନକୁ ଏଡାଇ କର୍ମପଥରେ ଅଗ୍ରସର ହେବେ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରି ପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ।
ବିଛା: ଲୋକପ୍ରିୟତା ଅର୍ଜନ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବାର ସୂଚନା ମିଳୁଛି।
ଧନୁ: ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କର୍ତ୍ତବ୍ୟ ନିଷ୍ଠ ହେବେ। କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି।ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। କୀର୍ତ୍ତିମାନ ହେବେ। ସର୍ବ ସୁଖ ମିଳିପାରେ।
ମକର: ଭାଗ୍ୟଶାଳୀ ହୋଇପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଅଧିକ ପରିଶ୍ରମ କରି କ୍ଲାନ୍ତ ହେଲେ ବି ତା’ର ମୂଲ୍ୟ ପାଇ ଆଶ୍ୱସ୍ତ ହେବେ।ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖରେ ରହିବେ।
କୁମ୍ଭ: ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ବିବାଦୀୟ ପରିସ୍ଥିତିରେ ସୁଧାର ଆସିବ। ନୂତନ ଯୋଜନା ପ୍ରସ୍ତୁତ କରି ପ୍ରଶଂସାର ପାତ୍ର ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ମୀନ: ସେବା ଅନୁଦାନରେ ଯୋଗଦାନ କରିପାରନ୍ତି। ସୁଖ ସମ୍ଭୋଗର ସମୟ ଉପଗତ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବନ୍ଧୁ ସହାୟତା ମିଳିବ। ଅବିବାହିତମାନଙ୍କର ବିବାହ ଧାର୍ଯ୍ୟ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।