କଟକ,୪ /୩: ରାଜ୍ୟର କିଛି ଶିବାଳୟରେ ଜାଗର ଆୟୋଜନ ହେଉଥିବା ବେଳେ ଅନ୍ୟ ସ୍ଥାନରେ ଦ୍ବନ୍ଦ୍ବ ଉପୁଜିଛି। କଟକ ଜିଲ୍ଲାର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଚଳିତବର୍ଷ ଜାଗର ଯାତ୍ରା ହୋଇପାରିବ ନାହିଁ । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ଆଜି ଏକ ବୈଠକରେ ଆଲୋଚନା ଶେଷ ହେବା ପରେ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ । ଏଥି ସହିତ ଆସନ୍ତା ୧୧ ତାରିଖରେ ମନ୍ଦିରରେ ଧାରା ୧୪୪ ଲାଗୁ ହେବ, ଯାହାକି ୧୨ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ ।