ମମତାଙ୍କ ସମର୍ଥନରେ ଶିବସେନା : ପ୍ରତିଦ୍ୱନ୍ଦ୍ୱିତା ନୁହେଁ କେବଳ ପ୍ରଚାର

ମୁମ୍ବାଇ,୪ /୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ ବୋଲି ଆଜି ଘୋଷଣା କରିଛି, କିନ୍ତୁ ମମତା ବାନାର୍ଜୀଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର କରିବେ। ଦଳର ସଭାପତି ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ।

ପଶ୍ଚିମବଙ୍ଗରେ ଚଳିତ ନିର୍ବାଚନ ଯେପରି ‘ଦିଦି ବନାମ ଅନ୍ୟ ସମସ୍ତେ’ ପରି ହୋଇପଡ଼ିଛି। ସମସ୍ତ ପ୍ରକାରର ‘ଅର୍ଥବଳ’, ‘ବାହୁବଳ’ ଓ ‘ମିଡିଆବଳ’କୁ ‘ମମତା ଦିଦି’ ବିରୋଧରେ ବ୍ୟବହାର କରାଯାଉଛି। ତେଣୁ ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରି ‘ମମତା ଦିଦି’ଙ୍କ ପାଇଁ ପ୍ରଚାର କରିବାକୁ ଶିବସେନା ନିଷ୍ପତ୍ତି ନେଇଛି। ଆମେ ମମତା ଦିଦିଙ୍କ ବିପୁଳ ସଫଳତା କାମନା କରୁଛୁ ବୋଲି ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଘୋଷଣା କରିଛନ୍ତି।