ଆଜିର ରାଶିଫଳ (ଶୁକ୍ରବାର)

ତା :୫ /୩ /୨୦୨୧

ମେଷ: ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ଧନାଗମ ହେବ। ଆନନ୍ଦ ଉତ୍ସବ ଲଗି ରହିବ। ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।

ବୃଷ: ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନାଶକ୍ତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି।ଖାଦ୍ୟ, ପାନୀୟ ତୃପ୍ତିଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: କର୍ମଚଞ୍ଚଳ ରହିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା, କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

କର୍କଟ: ଯଶସ୍ୱୀ ହେବା ଆଶାକରାଯାଏ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଧନପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହେବେ।

ସିଂହ: ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି। କୁଳ ପ୍ରଦୀପ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ।

କନ୍ୟା: ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବର ସମ୍ମୁଖୀନ ହେବେ। ପରାଶ୍ରିତ ହୋଇପାରନ୍ତି। ମନରେ ଈର୍ଷା ଭାବ ଜାଗ୍ରତ ହୋଇପାରେ। ସ୍ୱାଭିମାନୀ ହେବା ଆଶାକରାଯାଏ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।

ବିଛା: ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବନ୍ଧୁ ସହାୟତା ପାଇ କର୍ମପଥରେ ଆଗକୁ ବଢ଼ି ପାରନ୍ତି। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପାରିବାରିକ ସୁଖ ମିଳିବ।

ଧନୁ: ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସର୍ବ ସୁଖର ଅଧିକାରୀ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ମିଳିବ।

ମକର: ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

କୁମ୍ଭ: ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ପରୋପକାରୀ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। କୃଷିକ୍ଷେତରୁ ଲାଭ ମିଳିବ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ମୀନ: ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା, କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ମିଳିବ।