ଆଜିଠାରୁ ମିଶନ୍ ଶକ୍ତି ବିଭାଗର କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର,୮ /୩ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ୍ ଶକ୍ତି ବିଭାଗ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି । ୮୦ ଲକ୍ଷ ମହିଳା ଏସଏଚଜି ସଦସ୍ୟଙ୍କ ଅର୍ଥନୈତିକ ସଶକ୍ତିକରଣର ଯତ୍ନ ନେଉଥିବା ଏକ ପୃଥକ ମିଶନ୍ ଶକ୍ତି ବିଭାଗ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିବ। ଏହି ବିଭାଗର ଦାୟିତ୍ବରେ ଦୁଇଜଣ ମହିଳା ଅଛନ୍ତି। ସେମାନେ ହେଲେ ମନ୍ତ୍ରୀ ଟୁକୁନି ସାହୁ ଓ ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନ୍।