ମହାକାଳପଡ଼ା ବ୍ଲକରେ ଦିନିକିଆ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଚେତନ ବୈଠକ

ମହାକାଳପଡ଼ା,୯ /୩ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଉଳକଣି ପଂଚାୟତସ୍ଥ ପ୍ରେମଚାନ୍ଦ ବିଦ୍ୟlପୀଠ ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ଙ୍କ ତରଫରୁ ରବିବାର ଦିନ ଦିନିକିଆ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ଭାବେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ ମନୋରଞ୍ଜନ ପଣ୍ଡା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ଶର୍ମା ଙ୍କ ସମେତ ସମସ୍ତ ଶିକ୍ଷକ ଓ ଛାତ୍ର /ଛାତ୍ରୀ ମାନେ ଉପସ୍ଥିତ ଥିଲେ l ପ୍ରଶିକ୍ଷକ ଶ୍ରୀଯୁକ୍ତ ପଣ୍ଡା ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶର୍ମା ଛାତ୍ର/ଛାତ୍ରୀ ମାନଙ୍କ ସହିତ ଆଜିର ଦୁନିଆରେ ତମାଖୁର ବହୁଳ ବ୍ୟବହାରକୁ ରୋକିବା ନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ଏପରିକି ଆଧୁନିକ ଯୁଗରେ ଚପଳ ବୟସରୁ ପିଲାମାନେ ତମାଖୁ ବ୍ୟବହାର କରିଥାନ୍ତି l ଯାହାକି ପିଲାମାନଙ୍କୁ କୁପଥ ଗାମୀ କରି ଆଜିର ସମାଜ କୁ ଖଣ୍ଡ ବିଖଣ୍ଡିତ କରିଥାଏ l ଏନେଇ କାର୍ଯ୍ୟ କ୍ରମ ସ୍ଥଳୀରେ ରେ ସଭିଏଁ ତମାଖୁ ବର୍ଜନ କରିବା, ପଡୋଶୀ, ଗ୍ରାମବାସୀ ଓ ରାଜ୍ୟ ତଥା ଦେଶବାସୀଙ୍କୁ ତମାଖୁ ବର୍ଜନ ରେ ସହାୟକ ହେବା ନେଇ ଶପଥ ନେଇଥିଲେ l