ମହାକାପଡ଼ା ଗ୍ରାମ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଜୁ ପକ୍କା ଘର ଲୋଗୋ

ମହାକାଳପଡ଼ା,୧୭ /୩ : କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ପରିଚାଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗ ଅନୁଯାୟୀ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଭରଣା କରିଥାନ୍ତି l ତଦନୁଯାୟୀ ଯୋଜନାରେ ହିତାଧିକାରୀ ଗୃହ କାର୍ଯ୍ୟ ସାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆର୍ଥୀକ ବର୍ଷ ଓ ଅନୁଦାନ ରାଶି ଆଦି କେତେକ ଆବଶ୍ୟକ ତଥ୍ୟ ଗୃହ ସମ୍ମୁଖ କାନ୍ଥରେ ଲେଖିବା ପରେ ହିତାଧିକାରୀଙ୍କୁ ସଂଲଗ୍ନ କରି ଫଟୋ ଉଠାଯାଇ ଫାଇନାଲ କିସ୍ତି ମିଳିଥାଏ l ମାତ୍ର କରୋନା ମହାମାରୀ ମୁକାବିଲା ନେଇ ୨୦୨୦ -୨୧ ଆର୍ଥୀକ ବର୍ଷର ପ୍ରଥମାର୍ଦ୍ଧରେ ଆବାସ ଯୋଜନା ଆବଣ୍ଟନ ମନ୍ଦିତ ହୋଇଥିଲା l ଯାହାନେଇ ଶେଷାର୍ଦ୍ଧରେ ପିଏମୱାଇ ରେ ବହୁ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଇଥିଲା l କିନ୍ତୁ ଗୃହ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପରେ ହିତାଧିକାରୀଙ୍କୁ ମହାକାଳପଡ଼ା ଗ୍ରାମପଞ୍ଚାୟତ ପଂଚାୟତ କର୍ତ୍ତୃପକ୍ଷ ପୂର୍ବବତ ପିଏମୱାଇ ଇତ୍ୟାଦି ଲେଖାଇବା ପରିବର୍ତ୍ତେ ବିଜୁ ପକ୍କା ଘର ଲୋଗୋ ଲଗାଇବା ପରେ ଫାଇନାଲ କିସ୍ତି ରାଶି ଯୋଗାଇ ଦେଉଛନ୍ତି l

ଉଲ୍ଲେଖ ଥାଉକି ପୂର୍ବ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ପକ୍କାଗୃହରେ ଲଗାଯାଇଥିବା ବିଜୁ ପକ୍କାଘର ଲୋଗୋର ସାମାନ୍ୟ ପରିବର୍ତ୍ତିତ ଲୋଗ ଲଗାଇଚାଲିଛନ୍ତି l ଯେଉଁ ଲୋଗରେ ପ୍ର. ମ. ଆ. ସଂକ୍ଷିପ୍ତରେ ଲେଖl ଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ବିଜୁ ପକ୍କା ଘର ବଡ଼ ବଡ଼ ଅକ୍ଷରରେ ଲେଖା ରହିଛି l ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାଟି ଅନେକ ଦିନ ହେବ ବନ୍ଦ ରହି ଥିବା ବେଳେ ହିତାଧିକାରୀଙ୍କୁ ଭୁଆଁ ବୁଲାଇ ପୁରୁଣା ଯୋଜନାର ଜନପ୍ରିୟ ପ୍ରଚାର ଚଳାଇଥିବାର ରାଜ୍ୟରେ ଗାଦିସିନ ସରକାରଙ୍କ ମୁଖ୍ୟ ବିରୋଧୀ ଦଳର ଲୋକେ କହିଛନ୍ତି l ରାଜ୍ୟ ସରକାର ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ହିତାଧିକାରୀଙ୍କୁ ବୋକା ବନାଇ ଏଭଳି ହିନ ପ୍ରଚାର ପ୍ରାରମ୍ଭରେ ବିରୋଧୀ ତେଜିବାରୁ କିଛି ଦିନ ପ୍ରଚାର ପ୍ରସାରରେ ମନ୍ଦିତ ହୋଇଥିଲା l ମାତ୍ର ପରବର୍ତ୍ତୀ ସମୟରେ ଚଂଚକତା ସହକାରେ ପ୍ରଶାସନିକ କଳର ଅପବ୍ୟବହାର କରି ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଜୁ ପକ୍କା ଘର ଲୋଗୋ ଲଗାଉଛନ୍ତି ବୋଲି ମଧ୍ୟ ବିରୋଧୀ କହନ୍ତି l