ନନ୍ଦୀଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ଆକ୍ରମଣ 

କୋଲକାତା,୧୮ /୩: ପଶ୍ଚିମବଙ୍ଗର ସବୁଠାରୁ ବହୁଚର୍ଚ୍ଚିତ ଆସନ ନନ୍ଦୀଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର ରାଲି ସମୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି। ଅଭିଯୋଗ ହୋଇଛି କି ତୃଣମୂଳ କଂଗ୍ରେସ(ଟିଏମସି)ର କର୍ମୀ ଏହି ହିଂସାକାଣ୍ଡ ଭିଆଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ନନ୍ଦୀଗ୍ରାମ-୧ ଦକ୍ଷିଣ ମଣ୍ଡଳର ବିଜେପି ଯୁବାମୋର୍ଚ୍ଚା ଅଧ୍ୟକ୍ଷ ପୁରନ ଚନ୍ଦ୍ର ପାତ୍ରଙ୍କର ଏହି ଆକ୍ରମଣରେ ମୁଣ୍ଡ ଫାଟି ଯାଇଛି। ସେ ନନ୍ଦୀଗ୍ରାମର ସୋନଚୁରା‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର ଜନସଭାରେ ସାମିଲ ହୋଇଥିଲେ। ଆହତ ପୁରନ ଚନ୍ଦ୍ର ପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଚିକିତ୍ସା ପାଇଁ ହସ୍ପିଟାଲ ପହଞ୍ଚାଇଥି‌ଲେ। ଏହାପରେ ଶ୍ରୀ ପ୍ରଧାନ ଅର୍ଦ୍ଧ ସାମରିକ ବଳର ସଂଖ୍ୟା ବୃଦ୍ଧି କରି ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି।