ଓଡ଼ିଶାରେ ଅଛି ୪,୮୫୩ ସୁନା ଦୋକାନ : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ଵର,୨୪ /୩ : ରାଜ୍ୟରେ କେତୋଟି ସୁନା ଦୋକାନ ଅଛି ସେ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ସମୁଦାୟ ୪,୮୫୩ଟି ସୁନା ଦୋକାନ ଅଛି । ୨୦୧୮-୧୯ରେ ୩,୭୬ଟି ସୁନା ଦୋକାନରେ ଚଢ଼ାଉ ହୋଇଥିଲା। ସେହିପରି ୧୯-୨୦ରେ ୪୦୦ଟି ସୁନା ଦୋକାନରେ ଚଢ଼ାଉ ହୋଇଥିଲା । ସେମାନଙ୍କଠାରୁ ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ୨୦୨୦-୨୧ରେ ୧୯୬ ଟି ଦୋକାନରେ ଚଢ଼ାଉ ହୋଇଥିଲା। ସେମାନଙ୍କ ଠାରୁ ୪ ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି ।ଏହା ଛଡ଼ା ମନ୍ତ୍ରୀ କହିଛନ୍ତି ଓଜନ ମାପରେ ଯେଉଁମାନେ ଠକୁଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।