କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବ୍ଲକ ପୋଇପାଟ ପଂଚାୟତ ପୋଇପାଟ ଗାଁ ପାଖ ବିଲରୁ କାମ ସାରି ଗୁରୁବାର ବିଳମ୍ବିତ ରାତ୍ରିରେ ଫେରିବା ବାଟରେ ଟ୍ରାକ୍ଟର ଚାଳକ ଭାରସାମ୍ୟ ହରାଇ ପୋଲରେ ପିଟି ଦେଇଥିଲେ lଟ୍ରାକ୍ଟର ଟି ପୋଲ ତଳକୁ ଖସି ପଡି ଥିବା ବେଳେ ଗ୍ରାମସ୍ତ ଶ୍ରମିକ ଅକ୍ଷୟ ମଳିକ ଗାଡି ତଳେ ଚାପି ହୋଇ ରହିଯାଇଥିଲେ l ମାତ୍ର ଚତୁର ଚାଳକ ଦୁର୍ଘଟଣା ସ୍ଥାନରୁ ହଠାତ ଫେରାର ହୋଇଯାଇଥିଲେ l ଶୁକ୍ରବାର ସକାଳୁ ସ୍ଥାନୀୟ ଅଗ୍ନିଶମ ବାହିନୀ କର୍ମ ଚାରି ମାନେ ଦୁର୍ଘଟଣା ସ୍ଥଳରେ ପହଂଚି ମୃତ ଶ୍ରମିକ ଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି l