ଆସାମ ବିଭାଜନ ପାଇଁ ଚାଲିଛି ଯୋଜନା : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଆସାମ,୨୭/୩ : ଆସାମ ନିର୍ବାଚନ ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି ସମସ୍ତେ ବୁଝି ବିଚାରି ଭୋଟ୍ ଦିଅନ୍ତୁ । କାରଣ ଆସାମକୁ ବିଭାଜନ ପାଇଁ ପ୍ରୟାସ ଜାରି ରହିଛି । ଆପଣମାନେ ଏମିତି ସରକାର ବାଛନ୍ତୁ ଯିଏ କି ସମ୍ୱିଧାନ ଏବଂ ଲୋକତନ୍ତ୍ରକୁ ବଜାୟ ରଖୁ ।

ଆସାମବାସୀଙ୍କୁ ସେ କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ସେ ଭିଡିଓ ମେସେଜ କରି ଅପିଲ୍ କରିଛନ୍ତି । ଆଜି ପୁଣି ସମୟ ଆସିଛି ଉଚିତ୍ ନିଷ୍ପତ୍ତି ନେବାର, ଉଚିତ୍ ସରକାର ବାଛିବାର ସମୟ । ଆପଣଙ୍କୁ ଭାବି ଚିନ୍ତି ନିଷ୍ପତ୍ତି ନେବାର ଅଛି, କାରଣ ଆପଣ ଯାହାକୁ ନେତା ବାଛିବେ ସେମାନଙ୍କ ହାତରେ ରହିବ ପିଲାଙ୍କ ଭବିଷ୍ୟତ । ଯେତେ ମାତ୍ରାରେ କଂଗ୍ରେସ ମହାଯୋତ(ଗଠବନ୍ଧନ) କୁ ଭୋଟ ଦିଅନ୍ତୁ ।

ମନମୋହନ ସିଂହ କହିଛନ୍ତି ଯେ, କିଛି ବର୍ଷ ହେବ ଆସାମ ମୋର ୨ୟ ଘର ରହିଆସିଛି । ଏଇଟା ମୋ ପାଇଁ ସମ୍ମାନର କଥା ୧୯୯୧ରୁ ୨୦୧୯ ଯାଏଁ ୨୮ ବର୍ଷ ଧରି ମୁଁ ଏଠାରେ ପ୍ରତିନିଧିତ୍ୱ କରିଆସୁଥିଲି । ଆସାମଙ୍କ ଲୋକଙ୍କ ସ୍ନେହ ଓ ଶ୍ରଦ୍ଧାର ମୁଁ ସଦାସର୍ବଦା ଆଭାରି । ଆସାମ ବାସୀଙ୍କ ପାଇଁ ମୁଁ ୫ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲି । ତେବେ ଏଠାରେ କଂଗ୍ରେସ ଭଲ ଆସନରେ ବିଜୟୀ ହେବ ବୋଲି ପୂରା ପାର୍ଟି ଆଶା ରଖିଛି ।