ଆଜି ନିର୍ଣ୍ଣାୟକ ମ୍ୟାଚ୍ : ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ପୁନେ, ୨୮ /୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଆଜି ମୁକାବିଲା ଯିଏ ଜିତିବ ସେହି ଦଳ ହେବ ଚାମ୍ପିଅନ । ଉଭୟ ଦଳ ସିରିଜ ବିଜୟ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଇଂଲଣ୍ଡ । ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ।

ମ୍ୟାଚ ଜିତି ସରିଜ୍ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ଟିମ୍ ଇଣ୍ଡିଆରେ ପ୍ରାୟତଃ ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି । ତେଣୁ ଏହି ଶୃଙ୍ଖଳା ଭାରତ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଫାଇନାଲ ମ୍ୟାଚ ଜିତିବା ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଛି ।