ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର

ବ୍ରହ୍ମପୁର,୨୮/୩ : ଗଂଜାମ ସୋରଡା ବ୍ଳକ ଢେପାପଲ୍ଲୀ ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି । ଭୋର ସମୟରୁ ଲାଗିଥିଲା ଏହି ନିଆଁ । ଖବର ପାଇଁ ସୋରଡାରୁ ଏକ ଦମକଳ ଗାଡି ଯାଇ ନିଅଁ।କୁ ଅ।ୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର ଅସଲ କାରଣ କଣ ତାହା ଜଣାପଡିଥିବା ବେଳେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ନିଆଁଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ବହୁ ଧନ ସମ୍ପତି ମଧ୍ୟ ପୋଡି ପାଉଁଶ ହୋଇଯାଇଛି । କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।